ରଥରେ ଚଢି ରିଲ୍ ତିଆରି କଲେ ଅଣ ସେବାୟତ, ଭାଇରାଲ ହେଉଛି ଫଟୋ
ପୁରୀ: ରଥ ଉପରେ ଅଣ ସେବାୟତଙ୍କ ରିଲ୍ । ରଥରେ ଚଢି ରିଲ୍ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଜଣେ ଅଣ ସେବାୟତ । ଏହି ରିଲ୍ ଏବଂ କିଛି ଫଟୋ ଭାଇରାଲ ହୋଇଛି ।ଗତ ରଥଯାତ୍ରାରେ ସେବାୟତ ବେଶରେ ବହୁ ଅଣ ସେବାୟତ ମହାପ୍ରଭୁଙ୍କ ରଥ ଉପରେ ଚଢିଥିବା ନଜରକୁ ଆସିଛି । ରଥ ଉପରେ ଏହି ଅଣସେବାୟତ ଚଢି ଫଟୋ ସହିତ ରିଲ୍ କରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଛି । ଏପରିକି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫୋଟୋ ଓ ରିଲ୍ ମଧ୍ୟ କରିଥିବା ନଜରକୁ ଆସିଛି । ଏମାନେ ସେବାୟତ କି ନୁହେଁ ତାହା ସନ୍ଦେହ ଜାତ ହୋଇଥିବା ବେଳେ ଏହି ଫଟୋ ଓ ଭିଡ଼ିଓକୁ ନେଇ ତର୍ଜମାର ଆବଶ୍ୟକତା ରହିଛି ।
ରଥ ଉପରକୁ କିଭଳି ଗଲେ ଆଉ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀ କଣ ସୁରକ୍ଷା ରକ୍ଷା କରୁଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Powered by Froala Editor