ହାତୀ ଆକ୍ରମଣରେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ
ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିଦେଶୀ ପେଣ୍ଠେଇଙ୍କ ଝିଅ ସ୍ଵସ୍ତିକା ପେଣ୍ଠେଇ (୩୫ )।
ସୂଚନାନୁଯାୟୀ, ସ୍ୱସ୍ତିକା ଶୁକ୍ରବାର ଭୋରୁ ନିକଟସ୍ଥ ମଗର ଦରହ ଜଙ୍ଗଲକୁ ଛତୁ ଓ ଟୁଲ ସଂଗ୍ରହ କରିବାକୁ ଯାଇଥିଲେ। ଏତିକି ବେଳେ ମୁଣ୍ଡିଆ ପୂଜା ଜମି ଅଞ୍ଚଳରେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଖବର ପାଇ ତେଲକୋଇ ବନ କର୍ମଚାରୀ ଓ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣା ପଡ଼ିଛି ।
Powered by Froala Editor