ଭିତରକନିକା ଓ ରାଜନଗର ବନଖଣ୍ଡରେ କୁମ୍ଭୀର ବସା ଗଣନା ଶେଷ
କେନ୍ଦ୍ରାପଡ଼ା : ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଚଳିତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଛି ।ଗତବର୍ଷ ମଧ୍ୟ୍ୟ ୧୨୨ଟି ବସା ଚିହ୍ନଟ କରାଯାଇଥିଲା ଜ୍ଝ କନିକା ରେଞ୍ଜରେ ୧୦୭ , ରାଜନଗରରେ ୧୨ ,ଗହିରମଥାରେ ୧ , ମହାକାଳପଡ଼ାରେ ୨ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । ଗତବର୍ଷ ତୁଳନାରେ କନିକା ରେଞ୍ଜରେ କୁମ୍ଭୀର ବସା କମିଥିବା ବେଳେ ରାଜନଗର ରେଞ୍ଜରେ ବୃଦ୍ଧି ଘଟିଛି ଜ୍ଝ କୁମ୍ଭୀର ମାନଙ୍କ ପ୍ରଜନନ ଶେଷ ହେବା ପରେ ନଦୀ ଜୁଆର ମାଡୁନଥିବା ଉଚ୍ଚା ସ୍ଥାନରେ ମା କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା କରି ଅଣ୍ଡାଦାନ କରିଥାଏ ।
ତେବେ ଗୋଧୀ ଅଣ୍ଡା ନଷ୍ଟ କରିବାର ସମ୍ଭାବନା ଥିବାରୁ ମା କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟିବା ପର୍ୟ୍ୟନ୍ତ ବସାକୁ ଜଗି ରହିଥାଏ । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ଥିବାରୁ ପର୍ୟ୍ୟଟକ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଭିତରକନିକାକୁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ୩ ମାସ ବନ୍ଦ ରହିଥାଏ ।
Powered by Froala Editor