ଅକ୍ଷୟଙ୍କ ଶିବ ଅବତାର

ଓ ମାଇଁ ଗଡ୍ର ପାର୍ଟ ୧ ବହୁତ ଭଲ କଲେକ୍ସନ କରିଥିଲା । ତେଣୁ ଏହାର ପାର୍ଟ -୨ ଆସୁଛି । ଏହି ଚଳଚ୍ଚିତ୍ରର ୨ଟି ପୋଷ୍ଟର ସାମ୍ନାକୁ ଆସିଛି। ଗୋଟିଏ ପୋଷ୍ଟରରେ ଅକ୍ଷୟ ପ୍ରଭୁ ଶିବଙ୍କ ରୂପରେ ନଜର ଆସିଛନ୍ତି। ଲମ୍ବା ଜଟା, ମଥା ଓ ଗଳାରେ ଭସ୍ମ ସହ ରୁଦ୍ରାକ୍ଷ ମାଳା ପିନ୍ଧି ଅକ୍ଷୟଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ ଅକ୍ଷୟ ନିଜେ ଶେୟାର କରିଛନ୍ତି।
ଅନ୍ୟ ପୋଷ୍ଟରଟିକୁ ଅଭିନେତା ପଙ୍କଜ ତ୍ରିପାଠୀ ଶେୟାର କରିଛନ୍ତି। ‘ଓଏମ୍ଜି ୨’ରେ ପଙ୍କଜ ତ୍ରିପାଠୀ କାନ୍ତି ଶରଣ ମୁଦଗଲ ଭୂମିକାରେ ଅଭିନୟ କରିଛନ୍ତି। ପୋଷ୍ଟର ମାଧ୍ୟମରେ ସେ ଫିଲ୍ମରେ ନିଜ ଚରିତ୍ର ବିଷୟରେ ସୂଚନା ଦେଇଛନ୍ତି। ପଙ୍କଜ ଲେଖିଛନ୍ତି ଯେ, ଟିଜର ଖୁବଶୀଘ୍ର ଆସିବ ଏବଂ ‘ଓଏମ୍ଜି ୨’ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ। ପୋଷ୍ଟରକୁ ଶେୟାର କରିବା ମାତ୍ରେ ପ୍ରଶଂସକ ତାଙ୍କ ଲୁକ୍କୁ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ଲଗାତର ପୋଷ୍ଟରେ କମେଣ୍ଟ କରୁଛନ୍ତି।
Powered by Froala Editor