ସଂସ୍କୃତ ବଦଳରେ ଇଂଲିଶ କହିବେ ରାମ
ଆଦି ପୁରୁଷର ଡାଏଲଗଠୁ ଆରମ୍ଭ କରି ଭିଏଫ୍ଏକ୍ସ ପର୍ଯ୍ୟନ୍ତ ସବୁ କିଛି ବିବାଦୀୟ ହୋଇଚାଲିଛି । ଲୋକେ ମନଇଚ୍ଛା ଗାଳି ଦେଉଛନ୍ତି । ଏଭଳି ବିବାଦୀୟ ପରିସ୍ଥିତି ଭିତରେ ଏକ ନୂଆ ଖବର ଶୁଣିବାକୁ ମିଳିଛି । ଲାଲ କିଲ୍ଲା ମଇଦାନରେ ଦଶହରା ଅବସରରେ ରାମଲୀଳା ମଞ୍ଚସ୍ଥ କରୁଥିବା ଲବକୁଶ ଲୀଳା କମିଟି ନାଟକ ସଂସ୍କୃତ ପରିବର୍ତ୍ତେ ଇଂଲିଶ ଭାଷାର ବ୍ୟବହାର କରିବାକୁ ଘୋଷଣା କରିଛି।
କମିଟିର ଅଧିକାରୀମାନେ ରବିବାର କହିଛନ୍ତି ରାମଲୀଳା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ସଂସ୍କୃତ ସହିତ ପରିଚିତ ନୁହଁନ୍ତି। ସେମାନଙ୍କ ସୁବିଧା ପାଇଁ ରାମାୟଣର ଶ୍ରୀରାମ ହନୁମାନଙ୍କ ସମେତ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରୁଥିବା କଳାକାର ଇଂଲିଶରେ ଡାଏଲଗ କହିବେ। ଏଥର ସରଳ ହିନ୍ଦୀ ଶବ୍ଦ ସହିତ ମଞ୍ଚରେ ଇଂଲିଶ ଭାଷାର ମଧ୍ୟ ବ୍ୟବହାର କରାଯିବ।
ଅକ୍ଟୋବର ୧୫ ରୁ ୨୫ ପର୍ଯ୍ୟନ୍ତ ଲାଲ କିଲ୍ଲା ମଇଦାନରେ ରାମଲୀଳା ମଞ୍ଚସ୍ଥ ହେବ। ଏଥର ରାମଲୀଳାରେ ଚଳଚ୍ଚିତ୍ର ଏବଂ ଟିଭି କଳାକାରମାନେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ।
Powered by Froala Editor