ଗିନିଜ ରେକର୍ଡ ନିଶା : ଦେହରେ ନିଆଁ ଲଗାଇ ଦୌଡ଼ିଲେ ଏହି ବ୍ୟକ୍ତି
ଚର୍ଚ୍ଚାରେ ରହିବାକୁ ଆଜିକାଲି ଲୋକମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଏଥିପାଇଁ ପାଣିକୁ ଡେଇଁବାକୁ ହେଉ କି ନିଆଁରେ ଜଳିବାକୁ ହେଉ । ନିକଟରେ ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜୋନାଥନ ଭେରୋ ନାମକ ଜଣେ ବ୍ୟକ୍ତି ନିଜ ଶରୀରରେ ନିଆଁ ଲଗାଇ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ଜୋନାଥନଙ୍କ ନାମ ଏବେ ଗିନିଜ ୱାଲର୍ଡ ରେକର୍ଡରେ ନାମିତ ହୋଇଛି।
ଗିନିଜ ୱାଲର୍ଡ ରେକର୍ଡ ମୁତାବକ, ଜୋନାଥନ ବିନା ଅକ୍ସିଜେନରେ ପ୍ରୋଟେକ୍ଟିଭ ସୁଟ ପିନ୍ଧି ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିଥିବା ବେଳେ ଜୋନାଥନ ୨୭୨.୨୫ ମିଟର ପର୍ଯ୍ୟନ୍ତ ଦୌଡ଼ିବାକୁ ଲାଗିଥିଲେ। ଏମିତି କରି ଜୋନାଥନ ତାଙ୍କ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ରେକର୍ଡ ପୂର୍ବରୁ ଜୋନାଥନ ୨୦୪.୨୩ ମିଟର ଦୌଡ଼ିଥିଲେ।
ଗିନିଜ ୱାଲର୍ଡ ରେକର୍ଡ ଜୋନାଥନଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଜୋନାଥନ ଜଣେ ଫାୟାର ଫାଇଟର ରହିବା ସହିତ ପେସାରେ ଜଣେ ଷ୍ଟଣ୍ଟମ୍ୟାନ । ଜୋନାଥନ ନିଆଁ ଲିଭାଇବା ସହିତ ଫାୟର ସୋ’ କରିବାକୁ ଭଲ ପାଆନ୍ତି। ଏଯାବତ ଏହା ସବୁଠାରୁ ଶ୍ରେଷ୍ଠ ଫଟୋ।
ସୂଚନା ଅନୁଯାୟୀ, ୧୪ବର୍ଷ ପୂର୍ବେ ଇଂଲଣ୍ଡର କିଥ ମେଲକମ ଏହି ରେକର୍ଡ ନିଜ ନାମରେ କରିଥିଲେ।
Powered by Froala Editor