ହାଇଓ୍ୱା ପୋଡିଦେଲେ ଲାଲ ବାହିନୀ
ମୁନିଗଡ଼ା : ରାୟଗଡ଼ା ଜିଲ୍ଲାରେ ଲାଲ୍ ତାଣ୍ଡବ। ମୁନିଗୁଡ଼ା ଦେଓକୁପୁଲି ଛକ ନିକଟରେ ମାଓ ହିଂସା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
ଖବର ଅନୁଯାୟୀ, ରାୟଗଡ଼ା ଜିଲ୍ଲାର ମୁନିଗୁଡା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଲାଲ ତାଣ୍ଡବ। କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ ମେସିନ୍, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି ଲାଲ ବାହିନୀ। ଗତ ରାତିରେ ମହିଳା କ୍ୟାଡରଙ୍କ ସମେତ ୧୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ହମଲା କରିଥିଲେ ।
Powered by Froala Editor