ପାରିବାରିକ କଳହ: ୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ
ଭଞ୍ଜନଗର : ପାରିବାରିକ କଳହର କରୁଣ ପରିଣତି। ୨ ବର୍ଷର ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ।
ପୋଚାଲୁଣ୍ଡି ଗ୍ରାମର କୃଷ୍ଣ ବିଶୋୟୀଙ୍କ ପତ୍ନୀ ସୁଜ୍ଞାନୀ ବିଶୋୟୀ (୨୫ ବର୍ଷ) ରବିବାର ରାତିରେ ଖାଇପିଇ ନିଜ ୨ ବର୍ଷର ଝିଅ ସହ ଶୋଇବାକୁ ଯାଇଥିଲେ। ରାତି ୨ଟାରେ ହଠାତ୍ ସୁଜ୍ଞାନୀ ବିଶୋୟୀ ବାରମ୍ବାର ବାନ୍ତି କରିବା ଦେଖି ପରିବାର ଲୋକମାନେ ତାଙ୍କୁ କଣ ହୋଇଛି ବୋଲି ପଚାରିଥିଲେ। ସେ ଝିଅ ନିଶା ବିଶୋୟୀଙ୍କୁ ପ୍ରଥମେ ବିଷ ପିଆଇବା ପରେ ନିଜେ ବିଷ ଖାଇ ଦେଇଥିବା ନେଇ ସ୍ବାମୀ କୃଷ୍ଣଙ୍କୁ କହିଥିଲେ। ପରେ ଉଭୟ ମାଆ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ରାତି ୨ଟାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ପରେ ଗୁରୁତର ମାଆକୁ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ଅବସ୍ଥା ଅଧିକ ଖରାପ ହେବାରୁ ସୁଜ୍ଞାନୀଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ସୁଜ୍ଞାନୀଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor