ନୂଆ ରୂପରେ ଆସିବ ୧୦୦ ଟଙ୍କିଆ ନୋଟ୍

ଖୁବ୍ ଶୀଘ୍ର ନୂଆ ରୂପରେ ଆସିବ ୧୦୦ ଟଙ୍କିଆ ନୋଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମେ ଏହାକୁ ପରୀକ୍ଷଣ ଭାବେ ବଜାରକୁ ଛାଡିବ ବୋଲି ନିଷ୍ପତ୍ତି ନେଇଛି । ଯଦି ଏହା ଆଦୃତ ହୁଏ ତାହେଲେ ଅଧିକ ମାତ୍ରାରେ ଛଡାଯିବ । ବାର୍ଣ୍ଣିସ କୋଟେଡ ଏହି ନୋଟ ଅଧିକ ଦିନ ସ୍ଥାୟୀ ରହିବ । ଏହା ପାଣିରେ ସହଜରେ ଓଦା କିମ୍ବା ଚିରିଯିବ ନାହିଁ । ଦୃଷ୍ଟିହୀନ ବ୍ୟକ୍ତିମାନେ ସହଜରେ ଏହାକୁ ଚିହ୍ନି ପାରିବେ । ନୋଟର ଡିଜାଇନରେ ସେଭଳି କିଛି ପରିବର୍ତନ କରାଯାଇ ନ ଥିଲେ ମଧ୍ୟ ଏହା କିପରି ଅଧିକ ଦିନ ସ୍ଥାୟୀ ରହିବ ସେଥିପାଇଁ ଉଦ୍ୟମ କରାଯାଇଛି । ପ୍ରତିବର୍ଷ ରିଜର୍ଭ ବ୍ୟାଙ୍କକୁ ନଷ୍ଟ ହୋଇଯାଇଥିବା ଟଙ୍କାକୁ ବଦଳାଇବାକୁ ପଡୁଛି । ଅନ୍ୟ ଦେଶ ଏଥିପାଇଁ ପ୍ଲାଷ୍ଟିକ ନୋଟ ବ୍ୟବହାର କରୁଛନ୍ତି ।
Powered by Froala Editor