ରଶ୍ମିକାଙ୍କ ପାଖରେ ରହି ଠକୁଥିଲେ ମ୍ୟାନେଜର

ଚୁଲବୁଲି ନାୟିକା ରଶ୍ମିକା ମନ୍ଦାନାଙ୍କୁ ତାଙ୍କ ମ୍ୟାନେଜର ୮୦ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି । ଦୀର୍ଘ ଦିନ ଧରି ତାଙ୍କ ସହ କାମ କରି ଆସୁଥିଲେ ମ୍ୟାନଜେର । ଧିରେ ଧିରେ ୮୦ ଲକ୍ଷ ଟଙ୍କାର ଜାଲିଆତି କରିଥିଲେ। ରଶ୍ମିକା ଏକଥା ଜିଣିବା ପରେ ମ୍ୟାନେଜରକୁ ଚାକିରୀରୁ ବିଦା କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ମ୍ୟାନେଜର ଦୀର୍ଘ ଦିନ ଧରି ରଶ୍ମିକାଙ୍କ ସହ କାମ କରିଆସୁଥିଲେ । ମଉକା ଦେଖି ଟଙ୍କା ଜାଲିଆତି କରୁଥିଲେ । ଯେତେବେଳେ ତାଙ୍କର ସନ୍ଦେହ ହୋଇଥିଲା ସେତେବେଳକୁ ୮୦ ଲକ୍ଷ ଟଙ୍କାର ଚୂନ ମାରିସାରିଥିଲା ମ୍ୟାନେଜର ।
ବର୍ତ୍ତମାନ ସୁଦ୍ଧା ରଶ୍ମିକାଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ । ଏସବୁରୁ ସେ ଦୂରେଇ ରହିବାକୁ ଚାହାନ୍ତି । ତେଣୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ମ୍ୟାନେଜରକୁ କାମରୁ ବାହାର କରିଦେଇଛନ୍ତି ।
Powered by Froala Editor