୨୨ରୁ ଏହି ଜିଲ୍ଲାରେ ସକାଳ ସ୍କୁଲ
ଭୁବନେଶ୍ଵର,୬ : ସମ୍ବଲପୁର ଜିଲ୍ଲାରେ ୨୨ ତାରିଖରୁ ଖୋଲିବ ସ୍କୁଲ। ଗ୍ରୀଷ୍ମପ୍ରବାହ ପାଇଁ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ଖୋଲିବ ସ୍କୁଲ। ୨୪ ତାରିଖ ଯାଏଁ ସକାଳ ସାଢ଼େ ୬ ଟାରୁ ୧୦ଟା ସ୍କୁଲ ଚାଲିବ। ୯ଟା ୩୦ରୁ ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। ୨୬ ତାରିଖ ଠାରୁ ନିୟମିତ ସମୟ ଅନୁସାରେ ଚାଲିବ। ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ୨୨ ତାରିଖ ଠାରୁ ସବୁ ସ୍କୁଲ ଖୋଲିବ। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନା ଥାଉକି, ସାରା ରାଜ୍ୟରେ ୨୧ ତାରିଖ ଠାରୁ ସ୍କୁଲ ଖୋଲିବ। ପୂର୍ବରୁ ନିଷ୍ପତ୍ତି ନେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ପୁଣି ଥରେ ଦୋହରାଇଛି। ହେଲେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ୭ ଜିଲ୍ଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ଅନୁଗୁଳ ଜିଲ୍ଲାପାଳମାନେ ନିଜ ଅଞ୍ଚଳର ପାଣିପାଗ ଅନୁଯାୟୀ ନିଷ୍ପତ୍ତି ନେବେ ବୋଲି କୁହାଯାଇଥିଲା। ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳ ୨୧ ପରିବର୍ତ୍ତେ ୨୨ ତାରିଖରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor