ପ୍ରତାରଣା କରି ଗିରଫ ହେଲେ ରଙ୍ଗିଲା ରଙ୍ଗମିସ୍ତ୍ରୀ
ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କାକଟପୁର ଅଞ୍ଚଳର ରାକେଶ କୁମାର ନାଏକ । ପୁଲିସ ଅଭିଯୁକ୍ତ ରାକେଶ ବିରୋଧରେ ଆଇପିସିର ଧାରା ୩୭୬(କ), ୨୯୪, ୪୦୬ ଦଫା ଲଗାଇ କୋର୍ଟ ଚାଲାଣ କରିଛି ।
ରାକେଶ ସ୍ଥାନୀୟ ସାମନ୍ତରାୟପୁରରେ ଜଣଙ୍କ ଘର ରଙ୍ଗ କାମ କରୁଥିବା ବେଳେ ପଡ଼ୋଶୀ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଗତ କିଛି ଦିନ ତଳେ ସଂପୃକ୍ତ ଯୁବତୀଙ୍କ ଘରେ କେହି ନଥିବା ବେଳେ ରାକେଶ ଘର ପହଞ୍ଚି ତାଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଏଥିରେ ଯୁବତୀ ଜଣଙ୍କ ରାଜି ନ ହେବାରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲେ । ବିବାହ ପାଇଁ ଯୁବତୀ ରାକେଶଙ୍କୁ କହିଥିଲେ ମଧ୍ୟ ସେ ଦିନ ପରେ ଦିିନ ଗଡାଇ ଚାଲିଥିଲେ । ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ରାକେଶକୁ ଗିରଫ କରିଛି ।
Powered by Froala Editor