ବ୍ରିଜ ଭୂଷଣଙ୍କ ବିରୋଧରେ ନିର୍ଯାତନା ଓ ଷ୍ଟଲକିଂ ମାମଲା ଚାଲିବ, ହଟିବ ପୋକ୍ସୋ ମାମଲା
ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦିଲ୍ଲୀ ପୋଲିସ ୧ହଜାର ପୃଷ୍ଠାର ଚାର୍ଜସିଟ ପଟିଆଲା ହାଉଓ କୋର୍ଟରେ ଦାଖଲ କରିଛି। ନାବାଳିକା ରେସଲର ଯୌନ ଶୋଷଣ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କ୍ୟାନସିଲେଶନ ରିପୋର୍ଟ ଦାଖଲ କରାଯାଇଛି।
ତେବେ ଜଣେ ନାବାଳିକାଙ୍କୁ ବ୍ରିଜ ଭୂଷଣ ଯୌନ ଶୋଷଣ କରିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ତା’ର ପ୍ରମାଣ ପୁଲିସ୍ ପାଇନାହିଁ। ତେଣୁ ପୁଲିସ୍ ବ୍ରିଜ ଭୂଷଣଙ୍କ ନାଁରେ ପୋକ୍ସୋ ଆଇନ ଅନୁଯାୟୀ ରୁଜୁ ମାମଲାକୁ ହଟାଇବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଛି।
ସୂଚନା ଅନୁସାରେ, ବ୍ରିଜ ଭୂଷଣଙ୍କ ନାଁରେ ଜଣେ ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇବା ଚାର୍ଜ ଲାଗିଛି। ଏହା ଜାମିନବିହୀନ ଅପରାଧ। ଏହାବାଦ ଯୌନ ଶୋଷଣ ଓ ଷ୍ଟଲକିଂ ମାମଲା ବି ଚାଲିବ। ତେବେ ଏହି ଦୁଇ ମାମଲା ଜାମିନ ଯୁକ୍ତ। ଶୁଣାଣିର ପରବର୍ତ୍ତି ତାରିଖ ୪ ଜୁଲାଇ ରଖାଯାଇଛି।
Powered by Froala Editor