ଅମୃତପାଲର ଘନିଷ୍ଠ ସହଯୋଗୀ ଅବତାର ସିଂ ମୃତ

ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ଅବତାର ସିଂହ ଖାଣ୍ଡାର ମୃତ୍ୟୁ ହୋଇଛି। ବ୍ରିଟେନର ଗୋଟିଏ ହସ୍ପିଟାଲରେ ଅବତାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।
ସୋମବାର ଅବତାର ହଠାତ ଅସୁସ୍ଥ ଅନୁଭବ କରିବାରୁ ତାକୁ ବର୍ମିଂହାମ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ଅବତାରଙ୍କୁ ବମେର୍ଧମର ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତିି କରାଯାଇଥିଲା। ପରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚିଥିଲା। ତାଙ୍କୁ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ପରିସରରେ ତ୍ରିରଙ୍ଗାକୁ କାଡି ଆଣିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏଥିସହ ଅମ୍ରିତପାଲଙ୍କ ଗିରଫକୁ ବିରୋଧ କରି ଅବତାର ଲଣ୍ଡନର ଭାରତୀୟ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ଆକ୍ରମଣ କରିବାର ମାଷ୍ଟର ମାଇଣ୍ଡ ଥିଲେ।
Powered by Froala Editor