ଭୂମଧ୍ୟ ସାଗରରେ ବୁଡ଼ିଲା ମାଛଧରା ଜାହାଜ; ୭୯ ମୃତ

କାଲାମାଟା: ଗ୍ରୀସ୍ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ମାତ୍ରାଧିକ ଲୋକ ଯାତ୍ରା କରୁଥିବା ଗୋଟାଏ ମାଛଧରା ଜାହାଜ ବୁଧବାର ରାତିରେ ବୁଡ଼ିଯିବାରୁ ଅନ୍ୟୂନ ୭୯ଜଣ ପ୍ରବାସୀ ବୁଡ଼ି ମରିଥିବା ବେଳେ ଆହୁରି ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି ।
ନିଖୋଜ ବ୍ୟକ୍ତିମାନଙ୍କୁ ତଲାସ କରିବା ଲାଗି କଷ୍ଟସାଧ୍ୟ ଉଦ୍ୟମ ଚାଲିଥିବା ବେଳେ ଏକ ୟୁରୋପୀୟ ‘ରେସ୍କ୍ୟୁ-ସପୋର୍ଟ ଚାରିଟି’ କହିଛି ଯେ, ପ୍ରାୟ ୬୫ ଫୁଟ୍ରୁ ୧୦୦ ଫୁଟ୍ ଲମ୍ବବିଶିଷ୍ଟ ଉକ୍ତ ଜାହାଜରେ ପ୍ରାୟ ୭୫୦ଜଣ ଲୋକ ଥିଲେ ବୋଲି ମନେକରାଯାଉଛି। ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୦୪ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା।
ଉଦ୍ଧାର କରାଯାଇଥିବା ବ୍ୟକ୍ତିମାନଙ୍କୁ ପାଇଲସ୍ ନଗରୀ ନିକଟ ଗ୍ରୀକ୍ର କାଲାମାଟି ବନ୍ଦରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ଗୋଦାମ ଘରେ ଆଶ୍ରୟ ଦିଆଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି। ପରେ ସେମାନଙ୍କୁ ଆଥେନ୍ସ୍ ନଗରୀ ବାହାରେ ଥିବା ଏକ ଶିବିରକୁ ନିଆଯିବ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲିବ୍ୟାରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଜାହାଜରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଜିପ୍ଟ୍, ସିରିୟା ଏବଂ ପାକିସ୍ତାନର ନାଗରିକ।
Powered by Froala Editor