ଆପାର୍ଟମେଣ୍ଟ ସୋସାଇଟିର ଅଜବ ନିୟମ : ନାଇଟି ଓ ଲୁଙ୍ଗି ପିନ୍ଧି ବୁଲିବା ମନା
ଗ୍ରେଟର ନୋଏଡ଼ାର ରେସିଡେଣ୍ଟସ ଓ୍ବେଲଫେୟାର ଆସୋସିଏସନର ଅଜବ ଡ୍ରେସ କୋଡ୍ ନିୟମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଆସୋସିଏସନ ପକ୍ଷରୁ ଜାରି ହୋଇଥିବା ନୋଟିସ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଏହାକୁ ସମାଲୋଚନା କରିଛନ୍ତି ।
ଜୁନ ୧୦ ତାରିଖରେ ହିମସାଗର ଆପାର୍ଟମେଣ୍ଟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି । ଲୁଙ୍ଗି ଓ ନାଇଟି ପିନ୍ଧି ନିଜ ଫ୍ଲାଟରୁ ନବାହାରିବାକୁ ନୋଟିସରେ ଉଲ୍ଲେଖ ରହିଛି । କମନ ଏରିଆ, ପାର୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ । ନାଇଟି ଓ ଲୁଙ୍ଗି ପିନ୍ଧି ସୋସାଇଟି ପରିସରରେ ବୁଲିବା ଯୋଗୁ ଅନ୍ୟମାନଙ୍କ ପାଇଁ ଅସହଜ ଅନୁଭବ କରୁଛନ୍ତି । ତେଣୁ ଘର ଡ୍ରେସ୍ ପିନ୍ଧି ସୋସାଇଟିରେ ବୁଲାବୁଲି ନକରିବାକୁ ନୋଟିସ ଜାରି କରାଯାଇଛି ବୋଲି ଆସୋସିଏସନ ଅଧ୍ୟକ୍ଷ କହିଛନ୍ତି ।
ହୋଇଛି । କିନ୍ତୁ ସେଠାରେ ରହୁଥିବା ଲୋକଙ୍କ ମତାମତ ମିଳିନାହିଁ । ଅନ୍ୟପଟେ ଏଭଳି ଅଜବ ନିୟମ ଦେଖି ୟୁଜର୍ସ ନିନ୍ଦା କରିଛନ୍ତି । ଲୋକଙ୍କ ସ୍ୱାଧୀନତା ଛଡାଇବା କାହାର ଅଧିକାର ନାହିଁ ବୋଲି କହିଛନ୍ତି ।
Powered by Froala Editor