ବାତ୍ୟା ପୂର୍ବରୁ ଭୂକମ୍ପ ଝଟ୍କାରେ ଥରିଲା ଗୁଜରାଟ
ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଗୁଜରାଟର କଚ୍ଛରେ ଲ୍ୟାଣ୍ଡଫଲ କରିବ। ଏହାପୂର୍ବରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।
ଗୋଟିଏ ପଟେ ଗୁଜରାଟକୁ ବାତ୍ୟା ଭୟ ଘାରିଥିବାବେଳେ ଅନ୍ୟ ପଟେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି। ଗୁଜରାଟର କଚ୍ଛରେ ବୁଧବାର ୫ଟା୫ମିନିଟ୍ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ବାତ୍ୟା ପୂର୍ବରୁ ଏପରି ଝଟକା ସମସ୍ତଙ୍କୁ ଆତଙ୍କିତ କରିଛି।
ଦ୍ରୁତ ଗତିରେ ଗୁଜରାଟ ଆଡ଼କୁ ମୁହାଁଉଛି ବାତ୍ୟା। ବାତ୍ୟାକୁ ନେଇ ଗୁଜରାଟରୁ ନେଇ ମହାରାଷ୍ଟ୍ର ପର୍ଯ୍ୟନ୍ତ ଚେତାବନୀ ଜାରି କରାଯାଇଛି। ଗୁଜରାଟର ଅନେକ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି। ବାତ୍ୟା ଗୁରୁବାର ଲ୍ୟାଣ୍ଡ ଫଲ୍ କରିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।
Powered by Froala Editor