ଜମ୍ମୁ-କଶ୍ମୀରରେ ଭୂକମ୍ପ
ମଙ୍ଗଳବାର ଦିନ ଭାରତର ଜମ୍ମୁ-କଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରରେ ରହିଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ସମଗ୍ର ଉତ୍ତର ଭାରତରେ ପଡ଼ିଥିଲା। ଏହି ଭୂକମ୍ପରେ କେହି ମୃତାହତ ବା କୌଣସି କ୍ଷୟକ୍ଷତି ହେବାର ଖବର ଆସିନାହିଁ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜମ୍ମୁ କଶ୍ମୀରର ଡୋଡାଠାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଏହାର ଗଭୀରତା ଭୂମିଠାରୁ ୬କିଲୋମିଟର ଗଭୀରକୁ ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ଥିବା ଜଣାପଡ଼ିଛି।
Powered by Froala Editor