ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆପଣମାନଙ୍କ ସାମ୍ନାରେ ଲକ୍ଷ୍ୟ ରହିଛି:ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିବିଶେଷମାନଙ୍କୁ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତି ପାଇଥିବା ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ରୋଜଗାର ମେଳା ଏନଡିଏ ଏବଂ ବିଜେପି ସରକାରଙ୍କ ନୂତନ ପରିଚୟ ପାଲଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଖୁସି ଯେ ବିଜେପି ଶାସିତ ରାଜ୍ୟର ସରକାରମାନେ ମଧ୍ୟ ଏହିପରି ନିଯୁକ୍ତି ମେଳାର ନିରନ୍ତର ଆୟୋଜନ କରୁଛନ୍ତି। ଯେଉଁମାନେ ଏହି ସମୟରେ ସରକାରୀ ଚାକିରି କରିବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଆପଣମାନଙ୍କ ସାମ୍ନାରେ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ମୁଦ୍ରା ଯୋଜନା କୋଟି କୋଟି ଯୁବକଙ୍କୁ ସାହାଯ୍ୟ କରିଛି।
ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି ଅଭିଯାନ ଯୁବପିଢ଼ିଙ୍କ ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେଇଛି। ସରକାରଙ୍କ ସହାୟତା ପାଇଥିବା ଏହି ଯୁବକମାନେ ବର୍ତ୍ତମାନ ଅନେକ ଯୁବକଙ୍କୁ ଚାକିରି ଦେଉଛନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତ ନିଜର ଅର୍ଥନୀତିକୁ ଆଗକୁ ନେଉଛି। ଉଲ୍ଲେଖ ଥାଉ କି ଆଜି ଦେଶର ୪୩ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିବାବେଳେ କେନ୍ଦ୍ର ସରକାରୀ ବିଭାଗରେ ତଥା ରାଜ୍ୟ ସରକାରଙ୍କ ଅଧୀନରେ / କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକରେ ନିଯୁକ୍ତି ଦିଆଯାଉଛି ।
Powered by Froala Editor