ହାତୀ ଘଉଡ଼ାଉଥିଲେ, ଦନ୍ତା ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
ଅନୁଗୁଳ : ହାତୀ ଘଉଡ଼ାଇବା ବେଳେ ଚାଲିଗଲା ଜୀବନ। ଦନ୍ତା ଆକ୍ରମଣରେ ଯୁବକ ମୃତ। ଅନୁଗୁଳ ପୁରୁଣାଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ପୁରୁଣାଗଡ଼ ବଡଦାଣ୍ଡସାହିର ଲିଟୁ ଖଟୁଆ।
ସୂଚନା ଅନୁସାରେ, ସୋମବାର ରାତିରେ ପୁରୁଣାଗଡ଼ ଗାଁ ନିକଟକୁ ହାତୀପଲ ଆସିଥିବା ବେଳେ ଗାଁ ଲୋକ ଘଉଡାଇବାକୁ ଚେଷ୍ଟା କରିଥିଲେ । ରାତି ଅନ୍ଧାର ଭିତରେ ଲିଟୁ ଖଟୁଆ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀ ତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ଗାଁ ଲୋକ ତୁରନ୍ତ ଲିଟୁକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor