ଶକ୍ତି ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼
ଭୁବନେଶ୍ୱର: ଗତ କିଛି ଦିନ ହେଲାଣି ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି। ଏପରି ସମୟରେ ବାରମ୍ବାର ପାୱାର କଟ୍ ହେବା ଯୋଗୁ ଲୋକେ ଗରମରେ ଛଟପଟ୍ ହେଉଛନ୍ତି। ଏହିପରି ସମୟରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଖାମଖିଆଲି ମନ୍ତ୍ରବ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଲଣ୍ଠନ ଓ ବିଞ୍ଚଣା ନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଶକ୍ତି ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି।ଶକ୍ତି ବିଭାଗକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବିଦ୍ୟୁତ କାଟ୍ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ।
ସୂଚନାଯୋଗ୍ୟ, ଆଜି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୂର୍ବରୁ ବିଜୁଳି ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇନାହିଁ।
Powered by Froala Editor