ସବୁଠି ନିଆଁ ବର୍ଷା, ସାଢେ ୫ଟା ସୁଦ୍ଧା ଭୁବନେଶ୍ଵରରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ଵର : ଆହୁରି ୨ ଦିନ ଯାଏଁ ତାତିରୁ ନାହିଁ ତ୍ରାହି। ସୋମବାର ସକାଳୁ କଲବଲ କଲାଣି ତାତି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ସବୁଠି ନିଆଁ ବର୍ଷା । ସକାଳ ସାଢେ ୫ଟା ସୁଦ୍ଧା ଭୁବନେଶ୍ଵରରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଫଳରେ ସକାଳୁ ଗରମ ଏବଂ ଗୁଳୁଗୁଳି ଆରମ୍ଭ ହୋଇଗଲାଣି।ଆଗକୁ ଦୁଇ ଦିନ ଏଭଳି ପ୍ରଚଣ୍ଡ ତାତି ସମସ୍ତଙ୍କୁ କଲବଲ କରିବ । ଭୟଙ୍କର ଗ୍ରୀଷ୍ମ ଲହରୀ ବହିବ ।ଏଭଳି ଭୟଙ୍କର ତାତିକୁ ଆଖିରେ ରଖି ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ଚିନ୍ତାପ୍ରକଟ କରିଛନ୍ତି । ଆବଶ୍ୟକ ନ ଥିଲେ ୧୧ଟାରୁ ୩ଟା ଯାଏ ବାହାରକୁ ନ ବାହାରିବାକୁ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ ।
ସୋମବାର ଓ ମଙ୍ଗଳବାର ଦୁଇ ଦିନ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ ଜିଲ୍ଲା ପାଇଁ ମଧ୍ୟ ଆଶ୍ୱସ୍ତି ନାହିଁ । ଆକାଶରୁ ନିଆଁ ବର୍ଷିବ ଓ ତତଲା ପବନ ମାଡ଼ରେ ସମସ୍ତେ କଲବଲ ହେବେ ବୋଲି ଆକଳନ ଦିଆଯାଇଛି ।
Powered by Froala Editor