ବଜ୍ରପାତରେ ଦୁଇ ମୃତ, ୩ ଗୁରୁତର
ଗଞ୍ଜାମ: କାଳବୈଶାଖୀ ଦେଲା ଦୁଃଖ। ବଜ୍ରପାତ ନେଇଗଲା ଦୁଇ ଜୀବନ, ଗୁରୁତର ହୋଇଛନ୍ତି ତିନିଜଣ। ସେମାନଙ୍କ ଭିତରେ ଜଣେ ନାବାଳକ ରହିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମନ୍ଦରଡା ଗାଁ’ରେ ଓ ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁ’ରେ ଘଟିଛି ଏହି ଦୁଃଖଦ ଘଟଣା।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମନ୍ଦରଡା ଗାଁ’ର ହରି ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ କେଦାର ଗୌଡ଼ ଗୁରୁତର ଆହତ ହୋଇଛନ୍ତି। ସେମାନେ ଛେଳି ଚରାଇବାକୁ ଯାଇଥିବା ବେଳେ କାଳବୈଶାଖୀ ମାଡ଼ି ଆସିଥିଲା। ଚାହୁଁଚାହୁଁ ବଜ୍ରପାତ ସହ ଝଡ଼ବର୍ଷା ହୋଇଥିଲା। ଦୁହେଁ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ।
ସେହିଭଳି ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁ’ର ରୂପ ଶବର(ନାବାଳକ)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି। ସେମାନେ ଆମ୍ବତୋଳୁ ଥିବା ବେଳେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ସହ ବଜ୍ରପାତ ହୋଇଥିଲା। ସେମାନଙ୍କ ଉପରେ ବଜ୍ରପାତ ହେବାରୁ ଏଭଳି ଅଘଟଣ ଘଟିଛି। ଗୁରୁତରମାନଙ୍କୁ ପାତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
Powered by Froala Editor