କୁରାଢ଼ୀ ବେଣ୍ଟରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ଔପଦା: ବାଲେଶ୍ବର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମ ସିଂହସାହିରେ ଘରୋଇ କଳିକୁ ନେଇ କୁରାଢ଼ୀ ବେଣ୍ଟରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ କଲା ହତ୍ୟା । ସୂଚନା ମୁତାବକ, ସିଂହସାହି ଗ୍ରାମର ରାମ ଚନ୍ଦ୍ର ସିଂ ବୟସ (୩୫) ଓ ପତ୍ନୀ ଶର୍ମିଳା ସିଂ ବୟସ (୩୦)। ସ୍ୱାମୀ ରାମଚନ୍ଦ୍ର ଜଣେ ପେସାରେ ଗାଡି ଚାଳକ । ଗତକାଲି ଅପରାହ୍ନ ୫ଟା ସମୟରେ ଘରକୁ ଫେରିବା ପରେ କୌଣସି କାରଣରୁ ଘରୋଇ ସମସ୍ୟାକୁ ସ୍ତ୍ରୀ ଶର୍ମିଳା ସହ ପାଟି ତୁଣ୍ଡ ଲାଗିଥିଲେ। ଏଥିରେ ରାମଚନ୍ଦ୍ର ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ଶାବଳରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ହେଲେ ପାଖରେ ଥିବା ପୁଅ ଦୁଇ ଜଣ ସେହି ଶାବଳକୁ ବାପାଙ୍କ ପାଖରୁ ଛଡାଇ ନେଇଥିଲେ। କିଛି ସମୟ ପରେ ଦୁଇ ପୁଅ ଛେଳି ଆଣିବାକୁ ପାଖ ପଡିଆକୁ ଯାଇଥିବା ବେଳେ ବାପା ରାମଚନ୍ଦ୍ର ଏକ କୁରାଢ଼ୀ ବେଣ୍ଟ ସାହାଯ୍ୟରେ ସ୍ତ୍ରୀ ଶର୍ମିଳାଙ୍କ ମୁଣ୍ଡକୁ ପିଟିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କୋୖଣସି ସୂତ୍ରରୁ ଖବର ପାଇ ଔପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାମ ସିଂ ଧରି ଥାନାକୁ ଆଣି ଅଟକ ରଖି ପଚରାଉଚରା ଚଲାଇଥିବା ଜଣାଯାଇଛି।
Powered by Froala Editor