ନୂଆ ବିଭାଗ ଦାୟିତ୍ୱ ମିଳିବା ପରେ ଏହି ପ୍ରତିକ୍ରିୟା ରଖିଲେ ଅତନୁ

ଭୁବନେଶ୍ୱର: ନୂଆ ବିଭାଗ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅତନୁ ସବ୍ୟସାଚ୍ଚୀ ନାୟକ । ସମବାୟ ଓ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ଭଳି ଦୁଇଟି ବିଭାଗରେ ଯେଉଁ ଭଳି କାର୍ୟ୍ୟ କରିଆସୁଥିଲି ସେହିଭଳି ଏ ବିଭାଗରେ ବି ନିଷ୍ଠାପର ସହ କାର୍ୟ୍ୟ କରିବି ।
ମୁଖ୍ୟମନ୍ତ୍ରୀ ଯେଉଁ ସମୟରେ ଯେଉଁ ଦାୟିତ୍ଵ ଦେଇଛନ୍ତି ଦଳ ହେଉ ବା ସରକାର ମୁଁ ଚେଷ୍ଟା କରିଥାଏ ଠିକ୍ ଭାବରେ ତୁଲାଇବା ପାଇଁ । ଟ୍ରାନ୍ସପରେନ୍ସୀ, ଟିମ ୱାର୍କ ଓ ସମୟ ମଧ୍ୟରେ କାର୍ୟ୍ୟ ସାରିବାକୁ ଗୁରୁତ୍ଵ ଦେଇ ଆସୁଛୁ ।
ସୂଚନା ଥାଉକି, ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ରୋହିତ ପୂଜାରି ବାଦ୍ ପଡିବା ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ମିଳିଥିଲା ଅତିରିକ୍ତ ଦାୟିତ୍ୱ । ଉଚ୍ଚଶିକ୍ଷା ବିଭାଗରେ ଖରାପ ପ୍ରଦର୍ଶନ ପରେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିଲେ ରୋହିତ ପୂଜାରୀ ।
Powered by Froala Editor