୧୭ ରେ ଆସିବେ ଶାହା, ଜନସମ୍ପର୍କ ଯାତ୍ରାରେ ହେବେ ସାମିଲ
ଭୁବନେଶ୍ୱର: ଓଡିଶା ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ। ଢେଙ୍କାନାଳରେ ଆୟୋଜିତ ହେବାକୁ ଥିବା ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ। ଏନେଇ ବିଜେପି ସା.ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ, ଜୁନ୍ ମାସରେ ବିଜେପି ପକ୍ଷରୁ ଓଡିଶାରେ ବିଶାଳ ଜନସଭାର ଆୟୋଜନ ହୋଇଛି । ଏଥିରେ ଯୋଗଦେବା ପାଇଁ ବିଜେପିର ବରିଷ୍ଠ ନେତୃବୃନ୍ଦ ଓଡିଶା ଗସ୍ତ କରିବେ । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ । ଏହାବ୍ୟତୀତ ଆହୁରି ଅନେକ ନେତା ବି ଓଡିଶା ଆସିବେ ।
Powered by Froala Editor