କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
ଜଳେଶ୍ଵର: କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଦକ୍ଷିଣ ପୂର୍ବ ରେଳ ପଥର ରୁପସା ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।ସୂଚନାନୁଯାୟୀ, ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଦୁଇଦିନ ଧରି ରୁପସା ଷ୍ଟେସନରେ ଛିଡ଼ା ହୋଇଥିଲା। ଶନିବାର ସକାଳେ ଏହି ଟ୍ରେନରୁ ଧୂଆଁ ବାହାରିବାରୁ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ସାହାଯ୍ୟରେ ପାଣି ପକାଇଥିଲେ। ଧୂଆଁ ବନ୍ଦ ହୋଇଯାଇଥିଲା। ଏହାପରେ ଗାଡ଼ିଟି ଷ୍ଟେସନରୁ ଚାଲିଯାଇଛି।
Powered by Froala Editor