ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ
ଭୁବନେଶ୍ଵର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ। ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରାଯାଇଛି। ତାସହିତ ତାଙ୍କୁ ଓଏଚ୍ପିସିଏଲ୍ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ବିଷ୍ଣୁପଦଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଅରବିନ୍ଦ ଅଗ୍ରଓ୍ଵାଲ୍ଙ୍କୁ ଉଚ୍ଚଶିକ୍ଷା ସଚିବ ଦାୟିତ୍ଵ ଦିଆଯାଇଛି।
ବିଭାଗୱାରୀ ସମୀକ୍ଷାରେ ତାଙ୍କ ପ୍ରଦର୍ଶନ ଠିକ୍ ନଥିବା କାରଣ ଦର୍ଶାଇ ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋହିତ ପୂଜାରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି ଉଚ୍ଚ ଶିକ୍ଷା ବିଭାଗ । ଏପଟେ କିନ୍ତୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହି ଘଟଣା ଆଉ ଏକ ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଧରୁଛି ।
Powered by Froala Editor