ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର
ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର। ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗା ଯାଉଛି। ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଭୋର୍ ୪ଟାରୁ ଭଙ୍ଗା କାର୍ୟ୍ୟ ଆରମ୍ଭ ହୋଇଛି।
ପ୍ରକାଶ ଥାଉକି, ଜୁନ୍ ୨ ତାରିଖ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ୍ ନିକଟରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ବ୍ୟକ୍ତିଙ୍କ ମୃତଦେହ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିଲା । ମୃତଦେହ ଉଠିବା ପରେ ସେଠାରେ ରକ୍ତଛିଟା, ରକ୍ତଭିଜା ଲୁଗା ପଡ଼ିଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗୁରୁବାର ବିଦ୍ୟାଳୟକୁ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପରିଦର୍ଶନରେ ଆସିଥିଲେ । ସେଠାରେ ଆଲୋଚନା ବେଳେ ଯଦି ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ଚାହିଁବ ବିଦ୍ୟାଳୟ ଗୃହ ଭଙ୍ଗାଯିବ ବୋଲି ସୂଚନା ଦେଇଥିଲେ ।
Powered by Froala Editor