ବାହାନଗା ରେଳ ଦୁର୍ଘଟଣା ପରେ ଭୟ : ଶବ ଥିବା ସ୍କୁଲ୍ ଘରକୁ ଯିବେନି ଛାତ୍ରଛାତ୍ରୀ
ବାହାନଗା ରେଳ ଦୁର୍ଘଟଣା ପରେ ଯେଉଁ ହାଇସ୍କୁଲରେ ମୃତ ଦେହ ରଖାଯାଇଥିଲା ସେହି ସ୍କୁଲ ଘରକୁ ଭଙ୍ଗାଯାଇପାରେ । ଅଭିଭାବକଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ଏହି ସୂଚନା ରଖିଛନ୍ତି ।
ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ, ଟ୍ରେନ୍ ଦୁର୍ଘଟଣା ପରେ ଏଠାରେ ଶହ ଶହ ମୃତ ଦେହ ରଖାଯାଇଥିଲା । ସ୍କୁଲ ଗୃହ ପରିଷ୍କାର କରାଯାଇଥିଲେ ବି ଲୋକଙ୍କ ମନକୁ ତାହା ଲିଭୁନି । ଏବେବି କିଛି ସ୍ଥାନରେ ରକ୍ତ ଛିଟା ଲାଗିଛି । ଯାହାକୁ ଦେଖି ଲୋକମାନେ ଭୟ କରୁଛନ୍ତି । ତେବେ ପିଲାଙ୍କ କଥା ଦୂରରେ ଥାଉ । କେହିବି ସେହି ସ୍ଥାନ ମାଡିବାକୁ ଚାହୁଁନାହାନ୍ତି ।
ତେଣୁ ସେହି ସ୍କୁଲକୁ ଛୋଟ ଛୋଟ ପିଲା ପାଠପଢିବାକୁ ଯିବା ନେଇ ଆପତ୍ତି ଉଠାଇଛନ୍ତି ଅଭିଭାବକ । ସ୍କୁଲରେ ପାଠ ପଢାଗଲା ଭଳି ବାତାବରଣ ନାହିଁ ବୋଲି ଅଭିଭାବକ କହିଛନ୍ତି । ତେବେ ସ୍କୁଲ କମିଟିଙ୍କ ସହ ଆଲୋଚନା ପରେ ସ୍କୁଲ ଘର ଭଙ୍ଗାଯାଇପାରେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
Powered by Froala Editor