ଚିକିତ୍ସାଧୀନ ଦନ୍ତାହାତୀ ମୃତ
ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗ୍ରାମ ଜଙ୍ଗଲରୁ ଉଦ୍ଧାର ହୋଇ ଚିକିତ୍ସାଧୀନ ଥିବା ଦନ୍ତାହାତୀର ମୃତ୍ୟୁ ଘଟିଛି କ୍ଷ ଅସୁସ୍ଥ ହୋଇ ଉଦ୍ଧାର ହୋଇଥିବା ହାତୀର ୨ ଦିନ ଧରି ଚିକିତ୍ସା ଜାରି ରହିଥିଲା । ଶେଷରେ ହାତୀଟି ଗୁରୁବାର ସକାଳେ ଆଖି ବୁଜିଛି ।
ସୂଚନା ମୁତାବକ, ପ୍ରାୟ ୨୪ ବର୍ଷର ଦନ୍ତାହାତୀଟି ଅସୁସ୍ଥ ହୋଇ ଗୁରିଲୋ ଜଙ୍ଗଲ ମଶାଣି ନିକଟରେ ପଡିରହିଥିବା ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । ହାତୀକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । ଗୋଟିଏ ଦିନ ଚିକିତ୍ସା ପରେ ହାତୀଟି ଅଳ୍ପ ସୁସ୍ଥ ହୋଇ ଜଙ୍ଗଲ ଆଡ଼କୁ ଯାଇଥିବା ବେଳେ ବନ ବିଭାଗ କର୍ମଚାରୀମାନେ ତାର ଗତିବିଧି ଉପରେ ନଜର ରଖିଥିଲେ । ମାତ୍ର, ଆଜି ସକାଳେ ହାତୀଟି ଗୁରୁତର ଅସୁସ୍ଥ ହୋଇ ମରିଯାଇଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ ।
Powered by Froala Editor