୬ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନବୀନ
ଭୁବନେଶ୍ୱର: ଯାଜପୁର ରୋଡ଼ ଷ୍ଟେସନ ନିକଟରେ ଟ୍ରେନ ଚକାରେ କଟି ଛଅ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ମୂଳକ ରାଶି ଭାବେ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ଦିଆଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କହି କହିଛନ୍ତି, ‘ଯାଜପୁର ରୋଡ ଷ୍ଟେସନ ଟ୍ରେନ ଅଘଟଣ ଖବର ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି’
ଉଲ୍ଲେଖଯୋଗ୍ୟ ଯେ , ବହୁ ଦିନ ଧରି ସେଠାରେ ଥିବା ୱାଗନ ତଳେ କିଛି ଶ୍ରମିକ ଶୋଇ ରହିଥିଲେ ତେବେ ଏହି ସମୟରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ୱାଗନଟି ଆପେ ଆପେ ଗଡ଼ି ଯାଇଥିଲା । ଦେଖୁ ଦେଖୁ ଭୟଙ୍କର ଅଘଟଣ ଘଟିଯାଇଥିଲା ଏବଂ ଛଅ ଜଣଙ୍କ ଜୀବନ ଚାଲି ଯାଇଥିଲା ।
Powered by Froala Editor