'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ'

ନୂଆଦିଲ୍ଲୀ: ଆଲୋଚନା ପାଇଁ ପ୍ରସ୍ତାବ ଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପୁଣି ଥରେ ପ୍ରତିବାଦରତ କୁସ୍ତିଖେଳାଳିମାନଙ୍କୁ ଆମନ୍ତ୍ରଣ କରିବାର କିଛି ସମୟ ପରେ ସେମାନେ କହିଛନ୍ତି ଯେ, ସରକାରଙ୍କ ପ୍ରସ୍ତାବ କ’ଣ ନ ଜାଣିବା ପର୍ୟ୍ୟନ୍ତ ପ୍ରତିବାଦ ବନ୍ଦ କରିବେ ନାହିଁ।କୁସ୍ତି ଖେଳାଳି ସାକ୍ଷୀ ମଲିକ କହିଛନ୍ତି, ଆମେ ପ୍ରତିବାଦ ବନ୍ଦ କରିବୁ ନାହିଁ। ସରକାର ଆମକୁ କେମିତିକା ପ୍ରସ୍ତାବ ଦେଇଛନ୍ତି, ଦେଖିବୁ। ଆମର ମୁଖ୍ୟ ଦାବି ହେଉଛି ‘ଡବ୍ଲଏଫ୍ଆଇ’ର ମୁଖ୍ୟ ବ୍ରିଜ୍ ଭୂଷଣଙ୍କୁ ଗିରଫ କରିବା।ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଦେଇଥିବା ପ୍ରସ୍ତାବକୁ ଆମେ ଖାପ୍ ପଞ୍ଚାୟତ ନେତାମାନଙ୍କ ଆଗରେ ଉପସ୍ଥାପନା କରି ସେମାନଙ୍କ ସହିତ ଆଲୋଚନା କରିବୁ। ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ।
ଆମ ବରିଷ୍ଠ ଓ ସମର୍ଥକମାନଙ୍କ ସହିତ ସରକାର ଦେଇଥିବା ପ୍ରସ୍ତାବ କଥା ଆଲୋଚନା କରିବୁ। ପ୍ରସ୍ତାବ ଉତ୍ତମ ବୋଲି ସମସ୍ତେ ସମ୍ମତି ଦେବା ପରେ ଯାଇ ଆମେ ରାଜି ହେବୁ। ଏହାର ଅର୍ଥ ନୁହେଁ ଯେ, ସରକାର ଯାହା ନାହିଁ ତାହା ପ୍ରସ୍ତାବ ଦେବେ ଓ ଆମେ ତାକୁ ମାନି ନେଇ ପ୍ରତିବାଦ ଶେଷ କରିଦେବୁ। ଆଲୋଚନା ପାଇଁ ଏପର୍ୟ୍ୟନ୍ତ ସମୟ ମଧ୍ୟ ଧାର୍ୟ୍ୟ କରାଯାଇ ନାହିଁ। ଆମେ ଆଲୋଚନା ସମୟ ଓ ସ୍ଥାନ ଜାଣିବା ପାଇଁ ଅପେକ୍ଷା କରିଛୁ। ରୁଦ୍ଧଦ୍ବାର ନୁହେଁ ଉନ୍ମୁକ୍ତ ବୈଠକ ପାଇଁ ଆମେ କହିବୁ। କିଛି ସମାଧାନ ହେବ ବୋଲି ଆମେ ଆଶାୟୀ ବୋଲି ସାକ୍ଷୀ କହିଛନ୍ତି।
Powered by Froala Editor