ଅସହ୍ୟ ତାତି: ସାଢେ ୧୧ଟାରୁ ଜଳିଲାଣି ଭୁବନେଶ୍ଵର
ଭୁବନେଶ୍ଵର, : ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି। ସାଢେ ୧୧ଟାରୁ ଜଳିଲାଣି ଭୁବନେଶ୍ଵର। ୪୧ ଡ଼ିଗ୍ରୀ ସହ ସମ୍ଵଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡାରେ ୪୦.୬ ଡ଼ିଗ୍ରୀ, ହୀରାକୁଦରେ ୩୯.୮ ଡିଗ୍ରୀ, ଭୁବନେଶ୍ୱରରେ ୩୯ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ଗୋପାଳପୁରରେ ୩୬.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୪ ଡ଼ିଗ୍ରୀ, ପୁରୀରେ ୩୫.୮ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଅନୁମାନ କରାଯାଉଛି, ରଜ ସମୟରେ ରାଜ୍ୟରେ ବିକ୍ଷିପ୍ତ ହାଲୁକା ବର୍ଷା ଓ ରଜ ପରେ ଉପକୂଳରେ ବିଶେଷ କରି ଉତ୍ତର ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଲଘୁଚାପ ସୃଷ୍ଟି ନ ହେଲେ ୧୯ ତାରିଖ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କମ୍ । ଅର୍ଥାତ୍ ମୌସୁମୀ ଆଗମନରେ ୯ ଦିନ ବିଳମ୍ବ ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ ।
Powered by Froala Editor