୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ୩୨ ବର୍ଷ ତଳର ଗୋଟିଏ ହତ୍ୟା ମାମଲାରେ ଦଣ୍ଡ ବିଧାନ କରାଯାଇଛି। ବାରାଣସୀ କୋର୍ଟ ସୋମବାର ରାୟ ପ୍ରକାଶ କରି ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅନସାରୀଙ୍କୁ ଉତ୍ତର ପ୍ରଦେଶର ବାରାଣସୀ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି।
୧୯୯୧ରେ ଜଣେ କଂଗ୍ରେସ ନେତାଙ୍କ ହତ୍ୟା ଘଟଣାରେ ଅନସାରୀ ସାମିଲ ଥିଲେ। ସେତେବେଳେ ଅନସାରୀ ନୂଆ ନୂଆ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିଲେ। ୧୯୯୧ ମସିହା ଅଗଷ୍ଟ ୩ ତାରିଖରେ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଜୟ ରାୟଙ୍କ ଅୱାଦେଶ ରାୟଙ୍କୁ ବାରାଣସୀରେ ଗୁଳି କରି ହତ୍ୟା କରାଯାଇଥିଲା। ଆୱାଧେଶ ରାୟ କଂଗ୍ରେସ ନେତା ଅଜୟ ରାୟଙ୍କ ଭାଇ। କୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଅଜୟ ରାୟ କହିଥିଲେ ଯେ ତାଙ୍କର ୩୨ବର୍ଷର ଅପେକ୍ଷା ଆଜି ଶେଷ ହେବ ।
ଅନସାରୀଙ୍କ ନାଁରେ ମୋଟ ୬୧ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୬ଷ୍ଠ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ ବି ଅନ୍ୟ ୨୦ଟି ମାମଲାର ବିଚାର ପ୍ରକ୍ରିୟା ରାଜ୍ୟର ବିଭିନ୍ନ କୋର୍ଟରେ ଚାଲିଛି।
Powered by Froala Editor