ଟ୍ରେନ୍ ଦୁର୍ଘଟଣାରେ ବାପାମା’ଙ୍କୁ ହରାଇଥିବା ପିଲାଙ୍କ ପାଠପଢ଼ା ବୁଝିବ ଆଦାନୀ ଗ୍ରୁପ୍
ବାଲେଶ୍ୱର ଜିଲ୍ଲାର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଆଦାନୀ ଗ୍ରୁପ ବଡ଼ ଘୋଷଣା କରିଛି । ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଟ୍ୱିଟ୍ କରି ଘୋଷଣା କରିଛନ୍ତି ଯେ ଦୁର୍ଘଟଣାରେ ଯେଉଁ ପିଲମାନେ ନିଜ ବାପା-ମାଆଙ୍କୁ ହରାଇଛନ୍ତି ସେମାନଙ୍କ ପାଠ ପଢା ଦାୟିତ୍ୱ ଆଦାନୀ ଗ୍ରୁପ ନେବ । ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯେଉଁମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ କେହି ଫେରାଇ ଆଣିପାରିବନି, କିନ୍ତୁ ଆଦାନୀଙ୍କ ଏହି ବୟାନ ପୀଡିତଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇପାରେ ।
ଆଦାନୀ ଟ୍ୱିଟ୍ କରି କହିଛନ୍ତି, 'ଓଡ଼ିଶା ରେଳ ଦୁର୍ଘଟଣାରେ ଆମେ ସମସ୍ତେ ବ୍ୟଥିତ ଅଛୁ । ଆମେ ନିଷ୍ପତ୍ତି ନେଇଛୁ ଯେ ଯେଉଁ ପିଲାମାନେ ଏହି ଦୁର୍ଘଟଣାରେ ନିଜ ଅଭିଭାବକଙ୍କୁ ହରାଇଛନ୍ତି ସେମାନଙ୍କ ସ୍କୁଲ ଶିକ୍ଷା ଦାୟିତ୍ୱ ଆଦାନୀ ଗ୍ରୁପ ଉଠାଇବ '।
Powered by Froala Editor