ଇଣ୍ଟର୍ଲକିଙ୍ଗ୍’ରେ ପରିବର୍ତ୍ତନ ଯୋଗୁଁ ଘଟିଛି ରେଳ ଦୁର୍ଘଟଣା: ରେଳମନ୍ତ୍ରୀ
ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟା ବେଳେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ଗ୍ରାମ ନିକଟରେ ଘଟିଥିବା ୩ଟି ରେଳ ଦୁର୍ଘଟଣାର କାରଣ ‘ଇଲେକ୍ଟ୍ରୋନିକ୍ ଇଣ୍ଟର୍ଲକିଙ୍ଗ୍’ରେ ପରିବର୍ତ୍ତନ ବୋଲି ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ଆଜି ଦୁର୍ଘଟଣାସ୍ଥଳରେ ଚାଲିଥିବା ପୁନରୁଦ୍ଧାର ଓ ମରାମତି କାର୍ୟ୍ୟ ପର୍ୟ୍ୟବେକ୍ଷଣ କରିବା ବେଳେ ସେ କହିଛନ୍ତି, ରେଳବାଇ ସୁରକ୍ଷା କମିସନର୍ ତଦନ୍ତ କରିଥିବା ଏହି ଘଟଣାର ରିପୋର୍ଟ ଆସିବ। କିନ୍ତୁ, ଆମେ ଦୁର୍ଘଟଣାର କାରଣ ଓ ଏଥି ନିମନ୍ତେ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିସାରିଛୁ। ‘ଇଲେକ୍ଟ୍ରୋନିକ୍ ଇଣ୍ଟର୍ଲକିଙ୍ଗ୍’ରେ ପରିବର୍ତ୍ତନ ଯୋଗୁଁ ରେଳ ଦୁର୍ଘଟଣା ଘଟିଛି। ଏବେ ଆମେ ପୁନରୁଦ୍ଧାର ଓ ମରାମତି କାର୍ୟ୍ୟରେ ଧ୍ୟାନ ନିବେଶ କରୁଛୁ। ‘କବଚ’ ସହିତ ଏହି ଦୁର୍ଘଟଣାର କୌଣସି ସମ୍ପର୍କ ନାହିଁ। ଗତକାଲି ମମତା ବାନାର୍ଜୀ ଯାହା କହିଲେ, ତାହା ପ୍ରକୃତ କାରଣ ନୁହେଁ। ‘ଇଲେକ୍ଟ୍ରୋନିକ୍ ଇଣ୍ଟର୍ଲକିଙ୍ଗ୍’ରେ ପରିବର୍ତ୍ତନ ଯୋଗୁଁ ରେଳ ଦୁର୍ଘଟଣା ଘଟିଲା ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ରେଳ ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି। ଖୁବ୍ ଶୀଘ୍ର ରେଳ ସୁରକ୍ଷା କମିସନର ରିପୋର୍ଟ ଦାଖଲ କରିବେ। ତଦନ୍ତ ରିପୋର୍ଟ ପାଇବା କ୍ଷଣି ସମସ୍ତ କାରଣ ଜଣାପଡ଼ିଯିବ। କିନ୍ତୁ, ଏହି ଭୟାବହ ତଥା ହୃଦୟବିଦାରକ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଯାଇଛି।
Powered by Froala Editor