କୋର୍ଟରୁ ମିଳିଲା ଅନୁମତି, ସିସୋଦିଆ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ
ମନୀଷ ସିସୋଦିଆଙ୍କୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତାକାଲି ସକାଳ ୧୦ଟାରୁ ଅପରାହ୍ନ ୫ଟା ଭିତରେ ଘରକୁ ଯାଇ ପତ୍ନୀକୁ ଭେଟି ପାରିବାର ଅନୁମତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଏହି ଅନୁମତି ଓ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସମୟରେ ସେ ଇଣ୍ଟରନେଟ୍ ବ୍ୟବହାର କରିପାରିବେନି କିମ୍ବା ଗଣମାଧ୍ୟମକୁ କୌଣସି ମତ ଦେବେନି। ଏଥିସହ ତାଙ୍କ ପତ୍ନୀଙ୍କ ମେଡିକାଲ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଦେବାକୁ କୋର୍ଟ କହିଛନ୍ତି।
ବାସ୍ତବରେ, ସିସୋଡିଆ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟକୁ ଦର୍ଶାଇ ଜାମିନ ମାଗିଥିଲେ। ସିସୋଦିଆଙ୍କ ପତ୍ନୀ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ସହ ମତିଷ୍କ ରୋଗ ଓ ସ୍ନାୟୁ ରୋଗରେ ପୀଡ଼ିତ। ପତ୍ନୀଙ୍କ ଦେହ ଗୁରୁତର ଥିବା ଦର୍ଶାଇ ସିସୋଦିଆ ବେଲ୍ ନିମନ୍ତେ ହାଇକୋର୍ଟକୁ ଯାଇଥିଲେ। ତେବେ କୋର୍ଟ ଏହି ଆବେଦନ ଶୁଣାଣି ଉପରେ ନିଜୟର ରାୟ ସଂରକ୍ଷିତ ରଖିଛନ୍ତି।
Powered by Froala Editor