ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ୧୦ଲକ୍ଷ ଟଙ୍କା

ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶିକୁ ୪ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାସହିତ ଆଂଶିକ ଓ ସ୍ଥାୟୀ ଶାରୀରିକ ଅକ୍ଷମ ବାବଦରେ ମିଳୁଥିବା ସହାୟତା ରାଶି ପରିମାଣକୁ ମଧ୍ୟ ସରକାର ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଲେ ସେ କ୍ଷେତ୍ରରେ ସହାୟତା ରାଶିର ପରିମାଣକୁ ବର୍ତ୍ତମାନର ୪ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
Powered by Froala Editor