କୂଅରୁ ବାହାରୁଛି ଡିଜେଲ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବେଲତଳ ଗାଁର ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ଶହଶହ ଲିଟର ତେଲ ବାହାରୁଛି । ୩ ମାସ ତଳୁ ସୁଦର୍ଶନଙ୍କ ସ୍ତ୍ରୀ ଉର୍ମିଳା କୂଅରୁ ପାଣି କାଢିଲା ପରେ ସେଥିରୁ ଡିଜେଲ ବାହାରିବା ଜାଣିବାକୁ ପାଇଥିଲେ ।
ସେ କୂଅରେ କଣ ପଡି ଯାଇଛି ବା କିଏ ରାଗରେ କଣ ପକାଇ ଦେଇଥିବା ଭାବି ସେ କୂଅକୁ ୩ ମାସ ହେବ ଘୋଡାଇ ରଖିଥିଲେ । ପରେ ସେ କୂଅରୁ ସବୁ ପାଣି ବାହାର କରିଦେଇଥଲେ । ଏବେ ପୁଣି ଦୈନନ୍ଦିନ ବ୍ୟବହାର ପାଇଁ ପାଣି କାଢ଼ିବାରୁ ପୁଣି ପାଣି ବଦଳରେ ଡିଜେଲ ବାହାରୁଥିବା ଦେଖିବାକୁ ପାଇଥିଲେ । ଟିଣ ସାହାଯ୍ୟରେ ତେଲକୁ ବାହାର କରାଯାଉଛି । ସେହି ତେଲ ଜାଳିଲେ ତାହା ଜଳୁଛି ।
ପ୍ରଶାସନ ସେଠାରେ ପହଂଚି କୂଅ ଭିତରୁ ପାଣି ବାହାର କରି ତାକୁ ପରୀକ୍ଷା କରିବା ପରେ ଏବେ ଶତ ପ୍ରତିଶତ ଡିଜେଲ ବୋଲି ପ୍ରମାଣ ମିଳିଛି । ପାଖରେ ପେଟ୍ରୋଲ ଟାଙ୍କି ଥିବାରୁ ଟାଙ୍କିର କର୍ମଚାରୀ ମାନଙ୍କୁ ପଚାରିବାରୁ ସେମାନଙ୍କର କୌଣସି ଲିକେଜ ନଥିବା ସହିତ ପେଟ୍ରୋଲ ଟାଙ୍କି ଷ୍ଟକ ଠିକ ଥିବା କହିଥିଲେ । ପରେ ଟାଙ୍କି କର୍ମକର୍ତା ମାନେ କୂଅରୁ ତେଲର ସାମ୍ପଲ ସଂଗ୍ରହ କରି ତୈଳ କମ୍ପାନୀକୁ ପଠାଇଥିଲେ ।
Powered by Froala Editor