ମହାରାଷ୍ଟ୍ରର ଅହମ୍ମଦ ନଗର ହେବ ଅହିଲ୍ୟାନଗର
ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲ୍ଲା ବର୍ତ୍ତମାନ ଅହିଲ୍ୟା ବାଇ ହୋଲକର ନାମରେ ପରିଚିତ ହେବ। ଉକ୍ତ ସହର ଅହିଲ୍ୟାନଗର ଭାବେ ପରିଚୟ ହାସଲ କରିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଏନନାଥ ସିନ୍ଦେ ଘୋଷଣା କରିଛନ୍ତି। ଅହିଲ୍ୟା ବାଇ ହୋଲକରଙ୍କ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି।
ଜିଲ୍ଲାର ନାମ ବଦଳାଇବାକୁ ଦାବି ଲଗାତାର କରାଯାଉଥିଲା। ମୁଖ୍ୟମନ୍ତ୍ରୀ ସିନ୍ଦେ ଅହିଲ୍ୟା ବାଇଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲେ। ତାଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ। ସେ କହିଛନ୍ତି, “ସାଧାରଣ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଅହମଦନଗର ବର୍ତ୍ତମାନ ଅହିଲ୍ୟାଦେବୀ ହୋଲକରଙ୍କ ନାଁ ଅନୁସାରେ ନାମିତ ହେବ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେବେନ୍ଦ୍ରଜୀ ଓ ମୁଁ ଏହି ଐତିହାସିକ ମୁହୂର୍ତ୍ତରେ ଅଂଶବିଶେଷ ହୋଇଥିବାରୁ ବେଶ ଗର୍ବିତ।”
ସମ୍ପ୍ରତି ଔରଙ୍ଗାବାଦର ନାମ 'ଛତ୍ରପତି ସମ୍ଭାଜିନଗର' ଏବଂ ଓସମାନାବାଦକୁ 'ଧାରାଶିବ' ନାମରେ ନାମିତ କରାଯାଇଛି।
ହୋଲକର ସାମ୍ରାଜ୍ୟର ରାଣୀ ଥିଲେ ଅହିଲ୍ୟା ବାଇ :
ଅହିଲ୍ୟା ବାଇ ହୋଲକର (୧୭୨୫-୧୭୯୫) ଅହମ୍ମଦନଗର ଜିଲ୍ଲାର ଚୌଣ୍ଡି ଗାଁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। କମ ବୟସରେ ଖଣ୍ଡେରାଓଙ୍କୁ ବିବାହ କରିଥିଲେ। ସେ ୧୭୩୩ ମସିହାରେ ବିବାହ କରିଥିଲେ। ୧୭୫୪ ମସିହାରେ ଖଣ୍ଡେରାଓ ଯୁଦ୍ଧ ସମୟରେ ବୀରଗତି ପ୍ରାପ୍ତ ହୋଇଥିଲା। ପରେ ଅହିଲ୍ୟାଦେବୀଙ୍କୁ ହୋଲକର ସାମ୍ରାଜ୍ୟର ନେତୃତ୍ଵ ହସ୍ତାନ୍ତର କରାଯାଇଥିଲା। ୧୭୬୭ ରୁ ଅହିଲ୍ୟାଦେବୀ ମାଲୱା ରାଜ୍ୟର ରାଣୀ ହୋଇଥିଲେ । ସେ ଭାରତ ଇତିହାସର ସର୍ବୋତ୍ତମ ରାଣୀମାନଙ୍କ ମଧ୍ୟରୁ ଜଣେ ବିବେଚିତ ହୋଇଥିଲେ।
Powered by Froala Editor