ଚା ପିଉଥିବା ବେଳେ ଆକ୍ରମଣ, ଯୁବକ ମୃତ
ବଲାଙ୍ଗୀର : ଶୀତଳଷଷ୍ଠୀ ଯାତ୍ରାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଚାଲିଥିବା ବେଳେ ଅଘଟଣ। ଚା ପିଉଥିବା ବେଳେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ। ଜଣେ ମୃତ ଅନ୍ୟ ଜଣେ ଗୁରୁତର।ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଶୀତଳଷଷ୍ଠୀ ପାଇଁ ସାଂସ୍କୃତିକ କାର୍ୟ୍ୟକ୍ରମ ଚାଲିଥିଲା। ୫ ରୁ ୮ ଜଣ ଯୁବକ ରାଧାରାଣୀ ପଡାରୁ ଅର୍କେଷ୍ଟ୍ରା ଦେଖି ଫେରି ସହରର ନୃସିଂହମନ୍ଦିର ନିକଟରେ ଚା ପିଇବା ପାଇଁ ଅଟକିଥିଲେ। ସେହି ସ୍ଥାନରେ ଥିବା ଅନ୍ୟ କିଛି ଯୁବକଙ୍କ ସହ ତାଙ୍କ କଥା କଟାକଟି ହୋଇଥିଲା। ଏହି ସମୟରେ ହଠାତ୍ ଯୁବକମାନଙ୍କ ମଧ୍ୟରୁ ଜଣେ ଛୁରା ମାଡ଼ କରିଥିଲା। ଏଥିରେ ବଡ଼ପଡାର ସରୋଜ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧପାଲି ପଡାର ପ୍ରେମ ସାହୁ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Powered by Froala Editor