ଏହି ସମୟ ହେଉଛି ସକାଳ ଜଳଖିଆ ଖାଇବାର ପ୍ରକୃତ ସମୟ
ଖାଇବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୋଜନ ସକାଳର ଜଳଖିଆ । ସକାଳର ଜଳଖିଆ ହିଁ ମଣିଷ ଶରୀରକୁ ଉତ୍ତମ ଶକ୍ତି ଯୋଗାଇବା ସହ ସାରା ଦିନ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଯାହା ସାରା ଦିନର କାମ ପାଇଁ ହୋଇଥାଏ । ଏହାଦ୍ୱାରା ନା କେବଳ ଶାରୀରିକ ସୁସ୍ଥତା ମିଳିଥାଏ ତାସହିତ ମାନସିକ ସ୍ତରରେ ମଧ୍ୟ ସକରାତ୍ମକ ଶକ୍ତି ଆଣିଥାଏ । ସକାଳର ଜଳଖିଆ କରିବା ଦ୍ୱାରା ଶରୀରକୁ ଗ୍ଲୁକୋଜ ମିଳିବା ସହିତ ଶରୀରର ବିଭିନ୍ନ ଅଙ୍ଗକୁ ଶକ୍ତି ପ୍ରବାହିତ ହୋଇଥାଏ । ଏହାଦ୍ୱାରା ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ କରେ । ସକାଳ ଜଳଖିଆ ଶରୀର ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଆପଣ ଏହାର ସଠିକ୍ ସମୟ ଜାଣିଛନ୍ତି କି?
ସକାଳେ ଠିକ୍ ସମୟରେ ଖାଦ୍ୟ ନଖାଇଲେ ଶରୀରରେ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଯଦି ଆପଣ ସକାଳର ଜଳଖିଆ ନ ଖାଆନ୍ତି, ତେବେ ଶରୀର ଶକ୍ତିହୀନ ହେବା ସହ ଦିନର ପ୍ରଥମ ଭାଗରେ ଦୁର୍ବଳ ଅନୁଭୂତ ହୋଇଥାଏ ।
ଏହାବ୍ୟତୀତ ସଠିକ୍ ସମୟରେ ଜଳଖିଆ ନକରିବା ଦ୍ୱାରା ଆପଣଙ୍କ ଭୋକ ବଢିପାରେ । ଏହାଦ୍ୱାରା ଅଧିକ ଖାଦ୍ୟ ଖାଇଥାନ୍ତି ଏବଂ ଆପଣଙ୍କ ଶରୀରର ଓଜନ ବଢ଼ିବାର ଆଶଙ୍କା ଅଧିକ ହୋଇଥାଏ । ସକାଳ ଜଳଖିଆ କରିବାର ପ୍ରକୃତ ସମୟ ହେଉଛି ସକାଳ ୭ ରୁ ୮ଟା ମଧ୍ୟରେ।
ତେବେ କୌଣସି ପରିସ୍ଥିତିରେ ସକାଳ ୧୦ଟା ପରେ ଜଳଖିଆରେ ବିଳମ୍ବ କରିବା ଉଚିତ ନୁହେଁ । ଯଦି ଆପଣଙ୍କ ଉଠିବାରେ ବିଳମ୍ବ ହେଉଥାଏ, ତେବେ ଉଠିବାର ଏକ ଘଣ୍ଟା ଭିତରେ ଜଳଖିଆ କରିବା ଉଚିତ । କାରଣ ଗୋଟିଏ ରାତିର ଉପବାସ ପରେ ଆମ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡିଥାଏ ଏବଂ ସକାଳୁ ଗ୍ଲୁକୋଜ ସ୍ତର ସାଧାରଣତଃ କମ୍ ହୋଇଥାଏ । ତେଣୁ ସକାଳର ଜଳଖିଆ ଦ୍ୱାରା ହିଁ ଦିନର ଆରମ୍ଭ କରିବା ପାଇଁ ଶକ୍ତି ଯୋଗାଇଥାଏ । ସକାଳର ଜଳଖିଆରେ ଫଳ ଏବଂ ଫାଇବରଯୁକ୍ତ ଖାଦ୍ୟକୁ ସାମିଲ କରିପାରିବେ ।
ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ବ୍ୟତୀତ ଜଳଖିଆରେ ଓଟମିଲ୍, ଫଳ ଏବଂ ପନିପରିବା ସ୍ମୁଥୀ, ଅଣ୍ଡା ଏବଂ ଟୋଷ୍ଟ ଆଦି ଜିନିଷକୁ ସକାଳର ଜଳଖିଆରେ ଖାଇବା ଉଚିତ । ସକାଳର ଜଳଖିଆ ଖାଇବା ଦ୍ୱାରା ଭୋକ କମ୍ ଲାଗିଥାଏ ଏବଂ ଏହା ଅତିରିକ୍ତ ଖାଇବାରୁ ବଞ୍ଚାଇଥାଏ ଯାହା ଓଜନ ନିୟନ୍ତ୍ରଣ କରିଥାଏ । ତେଣୁ ସକାଳ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।
Powered by Froala Editor