ଚିନ୍ତା ବଢ଼ାଇଲା ଆଉ ଏକ ଫଙ୍ଗାଲ୍ ଇନ୍ଫେକସନ୍, ଯାହା ଜୀବନ ଘାତକ
କରୋନା ସଂକ୍ରମଣ ଓ ବ୍ଲାକ୍ ଫଙ୍ଗସ୍ ସମଗ୍ର ଜଗତ ତଥା ବିଶ୍ୱବାସୀଙ୍କୁ ହନ୍ତସନ୍ତ କରୁଥିବାବେଳେ ଏବେ ଆଉ ଏକ ନୂଆ ସଂକଟ ମୁଣ୍ଡ ଟେକିଛି । ଗୁଜୁରାଟର ଭରୋଦରାରେ ବ୍ଲାକ୍ ଫଙ୍ଗସ୍ ପରେ ଏବେ ଆସପେରଗିଲୋସିସ ନାମକ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । ଗୁରୁବାର ସୁଦ୍ଧା ୨୬୨ ଜଣ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୮ ଜଣ ଆସପେରଗିଲୋସିସ ରୋଗରେ ପୀଡ଼ିତ ହୋଇ ଭାଦୋଦରାର ଏସଏସଜି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ଏହି ବେଶ୍ ବିରଳ ଅଟେ ।
ଡାକ୍ତରଙ୍କ କହିବା କଥା ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ଶରୀରରେ ସାଧାରଣତଃ ପୁଲମୋନାରୀ ଆସପେରଗିଲୋସିସ ଦେଖାଯାଏ। କିନ୍ତୁ ସିନସୁ ପୁଲମୋନାରୀ ଆସପେରଗିଲୋସିସ ବିରଳ। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି କିମ୍ବା ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି, ସେମାନଙ୍କ ଶରୀରରେ ଆସପେରଗିଲୋସିସ ଦେଖାଯାଉଛି। ବ୍ଲାକ ଫଙ୍ଗସ ପରି ଆସପେରଗିଲୋସିସ ଅତ୍ୟନ୍ତ ଭୟଙ୍କର ନୁହେଁ। କିନ୍ତୁ ଏହା ରୋଗୀଙ୍କ ଜୀବନ ନେବାର କ୍ଷମତା ରଖିଛି।
Powered by Froala Editor