ଆଇଆଇସିଙ୍କ ଘରେ ଭିଜିଲାନ୍ସ ରେଡ୍
ପଦ୍ମପୁର : ବରଗଡ଼ ଜିଲ୍ଲା ଗାଇସିଲେଟ ଆଇଆଇସି ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ରେଡ୍। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଇସିଲେଟ ଥାନା ଅଧିକାରୀ ବିରବର ଭଗତଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ରହିଛି ସମ୍ବଲପୁର ସ୍ଥିତ ଘର , ଗାଇସିଲେଟ ସ୍ଥିତ ସରକାରୀ ବାସଭବନ ଓ ଗାଇସିଲେଟ ଥାନା । ବୀରବର ଭଗତ ପଦ୍ମପୁର ଉପଖଣ୍ଡରେ ବହୁ ଦିନ ହେବ ବିଭିନ୍ନ ଥାନା ଗୁଡ଼ିକରେ କାର୍ୟ୍ୟ କରି ଆସୁଛନ୍ତି।
ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯାଇନାହିଁ ।
Powered by Froala Editor