ପିଶାଚ ଯୁବକ: ମହିଳାଙ୍କ ଯୌନାଙ୍ଗରେ ବୋତଲ ପୂରାଇଦେଲେ
ପିଶାଚ ପଣର ସୀମା ଟପିଗଲେ । ଯୌନ ଶୋଷଣ କରିବା ପରେ ବି ମନ ମାନିଲାନି ଯେ, ଯୌନାଙ୍ଗରେ ବୋତଲ ପୂରାଇଦେଲେ । ଏମିତି ଭୟଙ୍କର କାଣ୍ଡ ଘଟିଛି ଉତ୍ତର-ପୂର୍ବ ଭାରତର ଜଣେ ମହିଳାଙ୍କ ସହିତ । ଯୌନ ଶୋଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଚାରି ଜଣ ପୁରୁଷ ଏବଂ ଜଣେ ଝିଅ, ଜଣେ ମହିଳାଙ୍କୁ ଯୌନ ଶୋଷଣ କରୁଥିବା ଦେଖିବାକୁ ମିଳିଛି। ଶୋଷଣ ପରେ ଅଭିଯୁକ୍ତମାନେ ପୀଡିତାଙ୍କ ଗୁପ୍ତାଙ୍ଗରେ ଏକ ମଦ ବୋତଲ ମଧ୍ୟ ପୂରାଇଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓଟି ରାଜସ୍ଥାନର ଯୋଧପୁରରେ ସୁଟିଂ ହୋଇଥିବାର କୁହାଯାଉଛି । ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ରାଜସ୍ଥାନର ଯୋଧପୁରରେ ହୋଇଥିବା ଆତ୍ମହତ୍ୟା ଘଟଣା ସହ ଯୋଡ଼ିଛନ୍ତି । ସୂଚନା ଥାଉ କି ଯେ, ମେ ୨୩ ରେ, ନାଗାଲାଣ୍ଡର ଜଣେ ୨୫ ବର୍ଷୀୟା ମହିଳା ଯୋଧପୁରରେ ଆତ୍ମହତ୍ୟା କରିଥିଲେ । ସେ ଯୋଧପୁରର ‘ନବୀନ ଜୁସ୍ ରେଷ୍ଟୁରାଣ୍ଟ’ରେ କାମ କରୁଥିଲେ।
ତେବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ ଏହି ଭିଡିଓ ଯୋଧପୁର ଘଟଣା ସହ ଜଡିତ ନୁହେଁ। ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଉତ୍ତର-ପୂର୍ବର ଜଣେ ମହିଳାଙ୍କୁ ୪ ଜଣ ପୁରୁଷ ଏବଂ ଜଣେ ମହିଳା ଅତି ନିର୍ମମ ଭାବରେ ଦୁଷ୍କର୍ମ କରିଥିବା ଭିଡିଓ ଭାଇରାଲ ହେଉଛି। ତେବେ ଅପରାଧୀଙ୍କୁ ଧରିବା ପାଇଁ ସମସ୍ତ ରାଜ୍ୟ ପୁଲିସକୁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ପଡ଼ିବ।
Powered by Froala Editor