ସରକାରୀ ବାସଭବନରୁ ଏକ କେଜିରୁ ଅଧିକ ବ୍ରାଉନ୍ସୁଗାର ଜବତ
ଭୁବନେଶ୍ଵର : ରାଜଧାନୀରୁ ପୁଣି ଧଳାଜହର ଜବତ। ସରକାରୀ କ୍ୱାଟରରୁ ୧ କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ବେପାରୀ ଚିତ୍ତରଞ୍ଜନ ସାହୁକୁ ଡିଲ୍ ବେଳେ ଏସ୍ଟିଏଫ୍ ଗିରଫ କରିଛି।
ଖବର ଅନୁଯାୟୀ, ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏକ ସରକାରୀ ବାସଭବନରୁ ଏକ କେଜିରୁ ଅଧିକ ବ୍ରାଉନ୍ସୁଗାର ଜବତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଯାହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ସରକାରୀ କ୍ୱାର୍ଟରରେ ଏତେ ପରିମାଣର ବ୍ରାଉନସୁଗାର କେଉଁ ଆଡୁ ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ବେପାରୀ ଚିତ୍ତରଞ୍ଜନ ସାହୁକୁ ଡିଲ୍ ବେଳେ ଏସ୍ଟିଏଫ୍ ଗିରଫ କରିଛି। ଚିତ୍ତରଞ୍ଜନ ଘର ଢେଙ୍କାନାଳ। ଭୁବନେଶ୍ୱରରେ ସେ କାରବାର କରୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଚଢାଉ କରିଥିଲା।
Powered by Froala Editor