ଅଣନିଶ୍ୱାସୀ କରୁଛି ତାତି:ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ ରେକର୍ଡ
ଭୁବନେଶ୍ଵର : ଦେହରୁ ଗମ୍ଗମ୍ ଝାଳ ବାହାରୁଛି । ନା ଘରୁ ବାହାରି ହେଉଛି, ନା ଘରେ ରହିହେଉଛି । ଅଣନିଶ୍ୱାସୀ କରୁଛି ତାତି। ଅସହ୍ୟ ଗରମ ଓ ଗୁଳୁଗଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡ଼ିଗ୍ରୀ ରେକର୍ଡ ହୋଇଛି। ସେହିଭଳି ସମ୍ବଲପୁରରେ ୩୮.୪ ଡ଼ିଗ୍ରୀ, ଝାରସୁଗୁଡାରେ ୩୮.୨ ଡ଼ିଗ୍ରୀ, ହୀରାକୁଦରେ ୩୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ବାଲେଶ୍ୱରରେ ୩୭ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ, ପୁରୀରେ ୩୪.୮ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
Powered by Froala Editor