ନିଯୁକ୍ତ ହେବେ ନୂଆ ମନ୍ତ୍ରୀ, ସୋମବାର ସମ୍ପ୍ରସାରଣ ହେବ ମନ୍ତ୍ରିମଣ୍ଡଳ
ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ । ଖାଲି ଥିବା ପଦବୀରେ ନୂଆ ମନ୍ତ୍ରୀ ନିଯୁକ୍ତ ହେବେ । ଆଉ କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବ । କାହାକୁ ଓଜନଦାର ବିଭାଗ ମିଳିବ, କିଏ ପଦୋନ୍ନତି ପାଇବେ, କିଛି ସ୍ପଷ୍ଟ ହୋଇନାହିଁ ।
ନବୀନ କାହା ମୁଣ୍ଡରେ ସୁନା କଳସ ଢାଳିବେ, କେହି କିଛି ଠଉରାଇ ପାରୁନାହାନ୍ତି। ନବୀନଙ୍କ ମନ୍ତ୍ରିମଣ୍ଡଳର ରୂପରେଖ ବଦଳିବାକୁ ଯାଉଛି ।ରବିବାର ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଭୁବନେଶ୍ୱର ଫେରିବେ । ସୋମବାର ସକାଳ ୯ଟା ୩୦ରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ଶପଥ ଗ୍ରହଣ ହେବ । ନୂଆ ମନ୍ତ୍ରୀଙ୍କ ସହ କ୍ୟାବିନେଟକୁ ଉନ୍ନୀତ ହେଉଥିବା ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ । ରାଜଭବନ ସୂତ୍ରରୁ ଏହା ଜଣାପଡ଼ିଛି । ନବ ଦାସଙ୍କ ହତ୍ୟା ପରେ ଗୋଟିଏ ମନ୍ତ୍ରୀ ଆସନ ଖାଲି ଥିଲା । ମନ୍ତ୍ରୀ ପଦରୁ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ଆଉ ଦୁଇଟି ଆସନ ଖାଲି ରହିଛି ।
ଏହି ଖବର ପକ୍କା ହେବା ପରେ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର୍ ଧରିଛି ।
Powered by Froala Editor