ମହୁମାଛି ଆକ୍ରମଣରେ ସରପଞ୍ଚ ମୃତ
ପ୍ରତାପୁର: ମହୁମାଛି ଆକ୍ରମଣରେ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ସରପଞ୍ଚ ସନତ କୁମାର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଲରେ କାମ କରୁଥିବା ବେଳେ ସନତ କୁମାର ପ୍ରଧାନଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor